ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି କାହିଁକି ?

ଆମ ଦେଶରେ ଲୋକେ ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି | ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧିଲେ କଣ୍ଠମାଳ ଓ ଗଳଣ୍ଡ ଆଦି ରୋଗ ହୁଏ ନାହିଁ | ଶିବ ପୁରାଣ ଅନୁସାରେ,
ଯଥା ଚ ଦୃଶ୍ୟତେ ଲୋକେ ରୁଦ୍ରାକ୍ଷ ଫଳଦ ଶୁଭ
ନ ତଥା ଦୃଶ୍ୟତେ ଅନ୍ୟା ଚ ମାଳିକା ପରମେଶ୍ୱରୀ ||
ଅର୍ଥାତ ରୁଦ୍ରାକ୍ଷମାଳା ଭଳି ଅନ୍ୟ କୌଣସି ମାଳା ଶୁଭଫଳଦାୟକ ହୁଏ ନାହିଁ | ରୁଦ୍ରାକ୍ଷମାଳା ଶ୍ରଦ୍ଧାପୂର୍ବକ ଵିଧି – ବିଧାନ ଅନୁସାରେ ଧାରଣ କଲେ ବ୍ୟକ୍ତିର ଅଧ୍ୟାମିକ ଉନ୍ନତି ହୁଏ | ସାଂସାରିକ ବାଧା ଓ ଦୁଃଖରୁ ମୁକ୍ତିମିଳେ | ମସ୍ତିଷ୍କ ଓ ହୃଦୟକୁ ଶକ୍ତି ମିଳେ | ରକ୍ତଚାପ ସନ୍ତୁଳିତ ରହେ | ଭୂତ – ପ୍ରେତ ବାଧା ଦୂର ହୁଏ | ମାନସିକ ଶାନ୍ତିମିଳେ | ଶୀତ – ପିତ୍ତ ରୋଗ ହ୍ରାସପାଏ |
ତୁଳସୀ ବୃକ୍ଷର ମହତ୍ୱ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଅଧିକ | ଏହାର ପତ୍ର, ପୁଷ୍ପ, ମଞ୍ଜି ଆଦି ବହୁ ରୋଗର ଔଷଧରୂପେ ବ୍ୟବହାର କରାଯାଏ | ମୃତ ତୁଳସୀ ବୃକ୍ଷର କାଠରେ ମାଳା ତିଆରି କରି ବେକରେ ପିନ୍ଧାଯାଏ | ତୁଳସୀମାଳା ଧାରଣ କଲେ ବହୁରୋଗରୁ ରକ୍ଷା ମିଳେ | ତୁଳସୀମାଳା ଧାରଣ କରିଥିବା ବ୍ୟକ୍ତିର ଚାରିପଟେ ଏକ ଚୁମ୍ବକୀୟ ବଳୟ ସୃଷ୍ଟି ହୋଇ ଆକର୍ଷଣ ଓ ବଶୀକରଣ ଶକ୍ତି ବଢ଼ି ଯାଏ | ବ୍ୟକ୍ତିର ଯଶ, କୀର୍ତ୍ତି, ସୁଖ, ସୌଭାଗ୍ୟ ବୃଦ୍ଧି ପାଏ | ତୁଳସୀମାଳା ଧାରଣ କରି ଭୋଜନ କଲେ ଅନେକ ଯଜ୍ଞର ପୁଣ୍ୟଫଳ ପ୍ରାପ୍ତି ହୁଏ | ତୁଳସୀମାଳା ଧାରଣ କରି ସ୍ନାନ କରେ ଗଙ୍ଗା ଆଦି ସମସ୍ତ ପୁଣ୍ୟତୀର୍ଥର ସ୍ନାନଫଳ ମିଳେ |

Leave a Comment