ପୂଜାଘର ଗୃହସଜ୍ଜା କିଭଳି କରିବେ ?

ବନ୍ଧୁଗଣ ଆଜିକାଲି ଧନୀଲୋକ ଏବଂ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନମାନେ ଅଭ୍ୟନ୍ତରୀଣ ସଜ୍ଜସଜା ପାଇଁ ଏଭଳି ବିଶେଷ ଶିକ୍ଷାପ୍ରାପ୍ତ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଛନ୍ତି | କିନ୍ତୁ ମନେରଖିବା କଥା ଯେ ଏସବୁ ବିଷୟରେ ମଧ୍ୟ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ଆବଶ୍ୟକ | ପୂଜାଘର ଗୃହର ସାଜ୍ଜସଜା ବିଷୟରେ ବାସ୍ତୁସିଦ୍ଧାନ୍ତକୁ ନିମ୍ନରେ ଦିଆଯାଇଛି |
୧. ଠାକୁରଙ୍କ ମୃର୍ତ୍ତି ବା ଫଟୋ ପୂଜାଘରର ପୂର୍ବ ଓ ପଶ୍ଚିମ ପାଖରେ ରଖିବ | ପୂଜାକରିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ – ଉତ୍ତର ଦିଗକୁ ହେବା ଆବଶ୍ୟକ | ବ୍ରହ୍ମା,ବିଷ୍ଣୁ,ଶିବ,ଇନ୍ଦ୍ର,ସୂର୍ଯ୍ୟ, କାର୍ତ୍ତିକେୟ ମୂର୍ତ୍ତିଙ୍କର ମୁହଁ ପୂର୍ବ କିମ୍ଵା ପଶ୍ଚିମ ଦିଗକୁ ରଖିବ | ଗଣେଶ,କୁବେର,ଦୁର୍ଗା,ଭୈରବ,ଷୋଡ଼ଶ ମାତୃକାଙ୍କ ମୁଖ ଦକ୍ଷିଣକୁ, ହନୁମାନଙ୍କ ମୁଖ ନୈଋତ କୋଣକୁ ହେବା ଉଚିତ | ତିନିକୋଣ ବିଶିଷ୍ଟ କୌଣସି ଦେବାଦେବୀଙ୍କ ପ୍ରତୀକ ପୂଜାଘରେ ଅଙ୍କନ କରିବ ନାହିଁ | ଶିବଲିଙ୍ଗ,ହନୁମାନଙ୍କ ମୂର୍ତ୍ତି ଆଦି ପୂଜାଘରେ ରଖିବ ନାହିଁ | ଫଟୋ ରଖି ପୂଜା-ଅର୍ଚ୍ଚନା କରିପାର | ପୁରୁଣା ମନ୍ଦିରରୁ ମୂର୍ତ୍ତି ଆଣି ପୂଜାଘରେ ରଖିବ ନାହିଁ | ପୂଜାଘର ପ୍ରବେଶ ଦ୍ୱାର ସିଧାରେ ମୂର୍ତ୍ତି ରଖିବ ନାହିଁ | ମହାଭାରତ ଯୁଦ୍ଧର ଛବି, ପକ୍ଷୀ-ପଶୁର ଛବି, ବାସ୍ତୁପୁରୁଷଙ୍କ ଛବି ମଧ୍ୟ ପୂଜାଘରେ ରଖିବ ନାହିଁ |
ମୂର୍ତ୍ତିସବୁ ପରସ୍ପରର ମୁହାଁମୁହିଁ କରି ରଖିବା ନାହିଁ | ମୂର୍ତ୍ତି ମଧ୍ୟ କାନ୍ଥ ମଧ୍ୟସ୍ଥ ଥାକ ବା କାନ୍ଥକୁ ଲଗାଇ ରଖିବ ନାହିଁ | କାନ୍ଥଠାରୁ ଅନ୍ତତଃ ପକ୍ଷେ ୧ ଇଞ୍ଚ ଦୂରତାରେ ମୂର୍ତ୍ତି ରଖିବ |

୨. ପୂଜାଘରେ ହୋମକୁଣ୍ଡ ଦକ୍ଷିଣ-ପୂର୍ବ(ଆଗ୍ନେୟ) କୋଣରେ ରଖିବ | ଏହି କୋଣରେ ଦୀପସ୍ତମ୍ଭ ମଧ୍ୟ ରଖିବ |

୩. ଆଲମିରା ଓ ସୋ-କେଶ ପୂଜାଘରର ପଶ୍ଚିମ କିମ୍ଵା ଦକ୍ଷିଣପଟ କାନ୍ଥ ଆଡ଼କୁ ରଖିବ | କୌଣସି ଭାରୀ ପଦାର୍ଥ ଯେମିତି ଟିଣ, ଲୁଗାପଟା ଆଦି ପୂଜାଘରେ ରଖିବ ନାହିଁ |

୪. ପୂଜାଘରର କୌଣସି ଅଂଶକୁ ପରଦା ଦେଇ ବିଭକ୍ତ କରି ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିବ ନାହିଁ |

୫ . ଏହି ଘରର କବାଟ ମନକୁମନ ଫିଟିବା ବା ବନ୍ଦ ହେବା ସ୍ଥିତିରେ ରଖିବ ନାହିଁ | ଏହି ଘରେ ଦ୍ୱାରବନ୍ଧଟିଏ ରଖିବ |

୬. ପୂଜାଘରକୁ ଶୋଇବା ଘର ରୂପେ ବ୍ୟବହାର କରିବ ନାହିଁ |ନ୍ୟୁଜ

Leave a Comment