ସମସ୍ୟା ସମାଧାନରେ ବାସ୍ତୁବିଦ୍ୟା କଇଁଛ

ଫେଙ୍ଗ-ଶୁଇ ମତରେ କଇଁଛକୁ ସ୍ଥିରତା ଓ ଦୀର୍ଘାୟୁର ପ୍ରତୀକରୂପେ ଗ୍ରହଣ କରାଯାଇଛି | ଏହାକୁ କକ୍ଷର ଉତ୍ତର ପଟ କାନ୍ଥର ଯେକୌଣସି କୋଣରେ ସ୍ଥାପନା କରାଯାଏ | ଗୋଟିଏ କାଗଜରେ ନାଲିକାଳିରେ ନିଜର ଇଚ୍ଛା(ସମ୍ଭବପର)କୁ ଲେଖି କାଗଜକୁ ଚଉଟି,କଇଁଛ ପେଟରେ ରଖି,କଇଁଛକୁ କିଛି ପାଣିରେ ରଖିବ, ଯେପରି କଇଁଛର ମୁଣ୍ଡ ପାଣିରେ ବୁଡ଼ିବ ନାହିଁ | ଏହାଦ୍ୱାରା କାଗଜରେ ଲେଖାଯାଇ ଥିବା ଇଚ୍ଛା ଅଳ୍ପ ଦିନରେ ପୁରଣ ହୁଏ ବୋଲି ଫେଙ୍ଗ-ଶୁଇଙ୍କ ମତ | ଇଚ୍ଛା ପୁରଣ ହେବା ପରେ କଇଁଛଟିକୁ ପୋଖରୀ କିମ୍ବା କୂଅ ପାଣିରେ ଭସାଇ ଦିଆଯାଏ | ଗୋଟିଏ କଇଁଛକୁ ଦୁଇଥର ଇଚ୍ଛା ପୁରଣ ପାଇଁ ବ୍ୟବହାର କରାଯାଏ ନାହିଁ |

Leave a Comment