ବିଲେଇ ଦେଖିଲେ ପଛକୁ ଫେରନ୍ତି କାହିଁକି ?

ବିଲେଇ ଏକ ଗୃହପାଳିତ ଜୀବ | ତେଣୁ ତାକୁ ଦେଖିଲେ ଅଶୁଭ ନୁହେଁ | ବିଲେଇ ମଣିଷର ଶତ୍ରୁ ମୂଷାକୁ ଖାଇଯାଏ | ତେଣୁ ଉପକାରୀ | କେବଳ ରାସ୍ତା କାଟିଲେ ଅର୍ଥାତ ଯିବା ଆସିବା ସମୟରେ ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ହଠାତ ଚାଲିଗଲେ ଅଶୁଭ | ଅଧିକାଂଶ ସମୟରେ କୁକୁର ଗୋଡ଼ାଇଲେ କୁକୁର ସହ ଧକା ହେବ ଏବଂ କୁକୁର କାମୁଡି ହେବ | ଏହା ବିପଦ ପୂର୍ଣ୍ଣ ନୁହେଁ କି ? ତେଣୁ ବିଲେଇ ରାସ୍ତାକାଟିଲେ କିଛି ସମୟ ଅଟକି ଯିବା ଉଚିତ ନୁହେଁ କି? ବିଲେଇଟି ଏକ ଛୋଟ ଯିବ | ତା’ ପ୍ରତି ସଚେତନ ନହେଲେ ଧକା ହୋଇ ତାର ଜୀବନ ଯିବ | ବିଲେଇ ମାରିଲେ ମହାପାପ ହେବ, ଘରେ ଧାନ ଚାଉଳ ନଷ୍ଟ ହେବ | ଦରିଦ୍ରତା ଆସିବ | କୃଷକର ଏହି ପରମମିତ୍ରକୁ ରକ୍ଷା କରିବା ପାଇଁ ଏତେ ସବୁ ନିୟମ | ଅନ୍ଧବିଶ୍ୱାସ ନୁହେଁ |



 

Leave a Comment