ନିମ୍ବ ଗଛ ବା କାଠ ଜାଳନ୍ତି ନାହିଁ କାହିଁକି ?

ଆମ ଦେଶରେ ନିମ୍ବ କାଠ ଜାଳନ୍ତି ନାହିଁ କିମ୍ବା ସେଥିରେ କୌଣସି ଗୃହୋପକରଣ କରନ୍ତି ନାହିଁ | କାରଣ ନିମ୍ବ କାଠରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମା ନିର୍ମାଣ କରାଯାଏ | ପ୍ରକୃତରେ ନିମ୍ବ ଏକ ଅତି ଉପକାରୀ ବୃକ୍ଷ ହୋଇଥିବାରୁ ଏଭଳି ନିୟମ କରାଯାଇଛି | ନିମ୍ବ ପତ୍ରର ବିଭିନ୍ନ ପ୍ରୟୋଗ ନିମ୍ନରେ ଦିଆଗଲା |

  ପାକସ୍ଥଳୀ ବ୍ୟଥା – ନିମ୍ବ ପତ୍ରସହ ଜୀରାବାଟି ରସ ବାହାର କରି ୧୦୦ ମିଲିଲିଟର ରସ ସହ ଚିନି ମିଶାଇ ସକାଳେ ଖାଲି ପେଟରେ ଏବଂ ରାତିରେ ଖାଦ୍ୟ ଖାଇବାରେ ଅଧଘଣ୍ଟା ଆଗରୁ ଖାଇଲେ ସୁଫଳ ମିଳେ | ଚା’,କଫି,ମଦ ଆଦି ନିଶା ଖାଇବେ ନାହିଁ |

  ବଦ୍ହଜମ ବା ଅଗ୍ନିମାନ୍ଦ୍ୟ – ଶୁଖିଲା ନିମପତ୍ରଗୁଣ୍ଡ, ଜୀରା, ଗୋଲମରିଚ ଓ ଲୁଣ ସମପରିମାଣ ମିଶାଇ ଖାଦ୍ୟ ଖାଇବା ବେଳେ ଦିନକୁ ଦୁଇଥର ସକାଳେ ଓ ରାତିରେ ଚାମଚେ ଲେଖା ଖାଇଲେ ବଦ୍ହଜମ ଦୂର ହୁଏ |

 ମଳବଦ୍ଧ – ନିମ୍ବପତ୍ର ରସ,ଲୁଣ ଓ ଚିନିସହ ମିଶାଇ ଶୋଇବା ପୃର୍ବରୁ ୧୦୦ ମିଲିଗ୍ରାମ( ୨ ଚାମଚ )ଖାଇଲେ ସୁଫଳ ମିଳେ |

  କାଛୁକୁଣ୍ଡିଆ – ପିଆଜ ସହ ନିମ୍ବ ପତ୍ର ବାଟି ଦେହରେ ବୋଳି ଅଧଘଣ୍ଟା ପରେ ଗରମପାଣିରେ ଗାଧୋଇଲେ ଆରୋଗ୍ୟ ହୁଏ |

ଅନିଦ୍ରା – ୫୦ ମି. ଲି. ନିମ୍ବ ପତ୍ରରସ,୧୫୦ମି. ଲି. ପାଣି,୫୦ ମି. ଲି. ଲେମ୍ବୁ ରସ ମିଶାଇ ଶୋଇବାର ଅଧଘଣ୍ଟା ଆଗରୁ ଖାଇଲେ ଅନିଦ୍ରା ଦୂର ହୁଏ |

  ମଧୁମେହ – ଛାଇରେ ଶୁଖିଥିବା ଶୁଖିଲା ନିମ୍ବ ପତ୍ର ଗୁଣ୍ଡ, ଲୁଣ, ଶୁଖିଲା ଅଦା ଓ ଜୁଆଣି ଗୁଣ୍ଡକରି ଅଧଚାମଚ ନେଇ ଦୁଧ ସହ ଶୋଇବା ପୂର୍ବରୁ ଖାଇଲେ ମଧୁମେହ ଭଲ ହୁଏ |

ପାଇରିଆ – ନିମ୍ବପତ୍ରକୁ ପାଣିରେ ୧୨ ଘଣ୍ଟା ଭିଜାଇ ଛାଣି, ଶୁଖାଇ ଗୁଣ୍ଡ କରିବ | ଏହି ପତ୍ରଗୁଣ୍ଡ ଲୁଣ ସହ ମିଶାଇ ଦାନ୍ତ ସଫାକଲେ ଓ ନିମ୍ବ ପାଣିରେ କୁଳିକଲେ ପାଇରିଆ ଭଲ ହୁଏ |

     ଏବେ ସବୁ ଗୁଣଥିବାରୁ ନିମ୍ବ କାଠ ଜାଳିବା କିମ୍ବା ଉପକରଣ ତିଆରି କରିବା ମନା |

Leave a Comment