ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ କିପରି ଜାଣିବେ ?

ବନ୍ଧୁଗଣ ଆଜି ଆମେ ଜାଣିବା ପେଟରେ ଥିବା ଛୁଆ ପୁଅ ନା ଝିଅ ଜନ୍ମ ହେବାର ଲକ୍ଷ୍ୟଣ ବିଷୟରେ | ଆପଣ କିପରି ଜାଣିବେ ପୁଅ ନାଁ ଝିଅ ହେବ | ଯେତେବେଳେ ଜଣେ ମହିଳା ଗର୍ଭବସ୍ଥାରେ ଥାଏ ସର୍ବ ପ୍ରଥମେ ତାଙ୍କର ଜାଣିବା ପାଇଁ ଆଗ୍ରହ ହୋଇଥାଏ, ଯେ ତାଙ୍କ ପେଟରେ ବଢୁଥିବା ଛୁଆ ପୁଅ ନାଁ ଝିଅ | ଆମ ଦେଶରେ ବ୍ରୁଣର ନିରୂପଣ କରିବା ଅପରାଧ ଅଟେ | କିନ୍ତୁ ପ୍ରତ୍ୟେକ ମାଆର ଇଚ୍ଛା ହୋଇଥାଏ ଯେ ସେ ଜାଣିପାରନ୍ତି ଯେ ପେଟରେ ଥିବା ଛୁଆ ପୁଅ ନାଁ ଝିଅ ଅଛି | କାରଣ ଆସିବାକୁ ଥିବା ଛୁଟିଆ ଶିଶୁର ସ୍ୱାଗତ ସେହି ହିସାବରେ କରି ପାରିବେ ଆମ ଦେଶରେ ଆଉ ବିଦେଶରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ମୁହଁ ଏବଂ ଶରୀରର ପରିବର୍ତ୍ତନ ଦେଖି କହି ଦିଅନ୍ତି ପେଟରେ ବଢୁଥିବା ଶିଶୁ ପୁଅ ନାଁ ଝିଅ ହେବ |

ଏହି ଭଳି କରିବା ଦ୍ୱାରା ସଠିକ୍ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ | ବେଳେ ବେଳେ ଏହା ସଠିକ୍ ହୋଏତ କେତେବେଳେ ଭୁଲ ମଧ୍ୟ ପ୍ରମାଣିତ ହୋଇଥାଏ | ଆଜି ମୁଁ ଆପଣଙ୍କୁ ଏମିତି କିଛି ଲକ୍ଷ୍ୟଣ ଜଣେଇବି ଯାହା ଦ୍ୱାରା ଆପଣ ଜାଣି ପାରିବେ ଯେ ଗର୍ଭରେ ବଢୁଥିବା ଶିଶୁ ପୁଅ ନାଁ ଝିଅ | କିନ୍ତୁ ଆପଣଙ୍କୁ ଅନୁରୋଧ ଯେ ଏହି ଲକ୍ଷ୍ୟଣ ଗୋଡ଼ିକ ଆଧାର କରି କେବେବି ଭୃଣ ନଷ୍ଟ କରିବାର ଭୁଲ କରିବେ ନାହିଁ | ନଚେତ୍ ବହୁତ ଅସୁବିଧାରେ ପଡିପାରନ୍ତି | ମୁଁ ଯେଉଁ ଲକ୍ଷ୍ୟଣ ବିଷୟରେ ବତେଇବି ତାହା ମାନସିକ ଅଧ୍ୟୟନ ବ୍ୟକ୍ତି ( psychological study )କୁ ନେଇ ଆଧାର କରି ଅନୁମାନ କରାଯାଇଛି | ତେଣୁ ଏହା ଭୁଲ ଏବଂ ଠିକ୍ ହୋଇ ପାରେ | ତେବେ ଆସନ୍ତୁ ଜାଣିବା

୧. ପ୍ରଥମଟି ହେଲା ପେଟର ଆକାର | ପେଟରେ ପୁଅ ଅଛି କି ଝିଅ ଅଛି ଜାଣିବା ପାଇଁ ଧ୍ୟାନ ଦିଅନ୍ତୁ | ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୋଲି ଥାଏ | ତେବେ ଏହା ପୁଅ ହେବାର ଲକ୍ଷ୍ୟଣ |
ସେହି ପରି ପେଟର ଆକାର ଚଉଡ଼ା ଅଛି ଏବଂ ଗୋଲେଇ ଅଛି | ତେବେ ଏହା ଝିଅ ହେବାର ଲକ୍ଷ୍ୟଣ ହୋଇଥାଏ |

୨. ସାଧାରଣ ମନୋବିଜ୍ଞାନ( general psychology ) ଏବଂ ମହିଳାର ବ୍ୟବହାରରେ ଛପା ହୋଇଥିବା ଗବେଷଣାକୁ ଆଧାର କରି ଏହା କୁହା ଯାଇ ପାରେ, ଯେ ଯେଉଁ ମହିଳାଙ୍କ ଗର୍ଭବସ୍ଥାର ପ୍ରଥମ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତୀ ୩ ମାସରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ | ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ | ଅନ୍ୟ ପକ୍ଷରେ ଝିଅ ଥିଲେ ମା ମେଳା ମେଳା ଭାବନା ପ୍ରକାଶ କରିଥାନ୍ତି |

୩. ଖାଦ୍ୟରୁ ଘ୍ରୁଣା ହେବା ଗର୍ଭବସ୍ଥା ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି | ଆଉ କେତେକ ମହିଳାକୁ ଖାଦ୍ୟର ଘ୍ରୁଣା ହୋଇଥାଏ | ସାଧାରଣତ ଏହି ପରି ପରିବର୍ତ୍ତନ ପେଟରେ ଥିବା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ | ଏକ ଗବେଷଣାରୁ ଜଣା ଯାଇଛି ଯେ ଯେଉଁ ମହିଳାମାନଙ୍କୁ ଖାଦ୍ୟରୁ ଘ୍ରୁଣା ଭାବନା ପାଇଁ ଖାଇବା ପରେ ବାନ୍ତି ସମସ୍ୟା ବେସୀ ହୋଇଥାଏ | ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ କାରଣ ଗବେଷଣାରୁ ଜଣାଯାଇଛି ଯେ ଗୋଟିଏ ଝିଅର ଭ୍ରୁଣ ଅପେକ୍ଷା ପୁଅର ଭ୍ରୁଣ ଅଧିକ ଅସୁରକ୍ଷିତ ହୋଇଥାଏ | ତେଣୁ ତାଙ୍କୁ ଅଧିକ ସୁରକ୍ଷା ଦେବାର ଆବଶ୍ୟକତା ଥାଏ |

୪. ଖାଇବା ସୁଢାର ଟେଷ୍ଟ, ଖାଇବା ସୁଢାର ବ୍ୟବହାର କରି ମଧ୍ୟ ଆପଣ ଗର୍ଭରେ ଥିବା ଛୁଆର ଲିଙ୍ଗ ନିରୂପଣ କରି ପାରିବେ ଗୋଟିଏ ପାତ୍ରରେ ସକାଳ ପରିଶ୍ରା ନେବେ ଏଥିରେ ଗୋଟିଏ ଚାମଚ୍ ଖାଇବା ସୁଢା ପକାଇବେ କୁହାଯାଏ ଯେ ଯଦି ଖାଇବା ସୁଢା ପକାଇବା ପରେ ପରିସ୍ରାରେ ଫେଣ କିମ୍ବା ଫୁଟକା ହେବାକୁ ଲାଗେ ତେବେ ଗର୍ଭରେ ଥିବା ଶିଶୁ ଝିଅ ଅଛି | ଯଦି ଖାଇବା ସୁଢା ପକାଇବା ପରେ କୌଣସି ପରିବର୍ତ୍ତନ ନଆସିଲା, ତେବେ ଗର୍ଭରେ ଥିବା ଶିଶୁ ପୁଅ ହୋଇଥାଏ |

୫. ସ୍ୱାଦିଷ୍ଟ କିମ୍ବା ମିଠା ଖାଇବାର ଇଚ୍ଛା ହେବା | ଗର୍ଭାବସ୍ଥା ସମୟରେ ଯଦି ଜଣେ ମହିଳାକୁ ମିଠା ଅଧିକ ଖାଇବାର ଇଚ୍ଛା ହୋଏ | ତେବେ ତାଙ୍କ ପେଟରେ ଝିଅ ହୋଇଥାଏ | ଯଦି ମହିଳାକୁ ଅଧିକ ଖଟା, ମସଲା ଯୁକ୍ତ ଖାଦ୍ୟ ଏବଂ ଲୋଣି ଖାଦ୍ୟ ଖାଇବାକୁ ଇଚ୍ଛା ହୋଏ | ତେବେ ଏହା ପୁଅ ହେବାର ଲକ୍ଷ୍ୟଣ ହୋଇଥାଏ |

୬. ମୁହଁ ଜନିତ ରୋଗ ସମସ୍ୟା ହେବା ଯଦି ତାଙ୍କ ପେଟରେ ପୁଅ ଥାଏ | ତେବେ ତାଙ୍କ ମୁହଁରେ ବ୍ରଣ ଆଦି ସମସ୍ୟା ଦେଖା ଦିଏ | ଯଦି ଅନ୍ୟ ପକ୍ଷରେ ମହିଳାର ମୁହଁର ମୂଖରେ ଚମକ୍ ଆସିଥାଏ, ତେବେ ତାଙ୍କ ପେଟରେ ଥିବା ଶିଶୁ ଝିଅ ହୋଇଥାଏ |

Leave a Comment