ଜାପାନରେ ତକିଆ ଯୁଦ୍ଧ ବଢ଼ିବାରେ ଲାଗିଛି | କାରଣ କ’ଣ ?

ବନ୍ଧୁଗଣ “ତକିଆ ଯୁଦ୍ଧ “ନାମ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ୍ୟ ଅଟେ | ଘରେ ଭାଇ ଭଉଣୀ ତକିଆରେ ପିଟା ପିଟି ନିଶ୍ଚୟ ହୋଇଥିବେ | ତେବେ ଆପଣ ଜାଣିଛନ୍ତି କି,ଏହି ତକିଆ ଯୁଦ୍ଧକୁ ନେଇ ଏକ ପ୍ରତିଯୋଗିତା ବି ଅଛି | ଏହି ପ୍ରତିଯୋଗିତା ଟି ଜାପାନରେ ଆୟୋଜିତ ହୋଇଥାଏ | ପ୍ରତିବର୍ଷ ଜାପାନର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ପ୍ରସ୍ତୁତ ହୋଇ ଆସିଥାନ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ |

୨୦୧୩ ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦୧୪ ରେ ଜାତୀୟ ସ୍ତର ପ୍ରତିଯୋଗିତା ପାଲଟିଗଲା | ଏଥିରେ ୯ ବର୍ଷର ପିଲାଠାରୁ ଆରମ୍ଭ କରି ୬୦ ବର୍ଷସର ବୃଦ୍ଧବୃଦ୍ଧା ଅଂଶ ଗ୍ରହଣ କରିପାରିବେ |

ଏଥିରେ ଗୋଟିଏ ଦଳର ପ୍ରତିଯୋଗିତା ଅନ୍ୟ ଦଳର ପ୍ରତିଯୋଗିତାଙ୍କ ଉପରକୁ ତକିଆ ଫୋପାଡ଼ି ଆଉଟ୍ କରିବାକୁ ପଡିଥାଏ| ପ୍ରତି ଦଳର କ୍ୟାପଟେନ୍ ଏକ ବଡ଼ ତକିଆ ଧରି ଫୋପଡ଼ା ଯାଉଥିବା ତକିଆକୁ ନିଜ ଟିମ୍ ସଦସ୍ୟଙ୍କୁ ବାଜିବାଠାରୁ ଅଟକାନ୍ତି | ଆଉ ନିଜକୁ ବି ତକିଆ ବାଜିବାଠାରୁ ନିବୃତ ରଖିବାକୁ ଚେଷ୍ଟା କରନ୍ତି | କାରଣ କ୍ୟାପଟେନ୍ ଙ୍କୁ ତକିଆ ବାଜିଲେ ସେ ସେ ଆଉଟ୍ ହୋଇଯିବେ | ସେ ଆଉଟ୍ ହେଲେ ପୁରା ଟିମ୍ ଆଉଟ୍ ହେଇଯିବେ | ବେଶ୍ ମଜାଦାର ଏହି ପ୍ରତିଯୋଗିତା, ତେଣୁ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି |

Leave a Comment