୧୦୦ ଛୁଆର ମାଆ ହେବାର ଇଚ୍ଛା

ମହାଭାରତରେ ଗାନ୍ଧାରୀଙ୍କର ଶହେ ପୁତ୍ର ଥିଲେ | ସାବିତ୍ରୀ ମଧ୍ୟ ସ୍ୱାମୀ ସତ୍ୟବାନକୁ ବଞ୍ଚାଇବା ଲାଗି ଯମଦେବତାଙ୍କ ଠାରୁ ଛଳ କରି ଶହେ ପୁତ୍ରର ଜନନୀ ହେବାକୁ ବର ମାଗିଥିଲେ | ତେବେ ବର୍ତ୍ତମାନ ଯୁଗରେ ରୁଷିଆର ୨୩ ବର୍ଷୀୟା କୋଟିପତି କ୍ରିଷ୍ଟିନା ଓତୁର୍କ ଶତସନ୍ତାନର ଜନନୀ ହେବାକୁ ଇଚ୍ଛା କରିବା ଚର୍ଚ୍ଚାର ବିଷୟ ହୋଇଛି | ଅବଶ୍ୟ, ସେ ସନ୍ତାନମାନଙ୍କୁ ସ୍ୱାଭାବିକ ପ୍ରକ୍ରିୟାରେ ନିଜ ଗର୍ଭରୁ ଜନ୍ମ ଦେଇ ନୁହେଁ, ବରଂ ଅନ୍ୟ ଜରାୟୁ ମାଧ୍ୟ୍ୟମ( ସରୋଗାସି ) ରେ ଶିଶୁମାନଙ୍କୁ ଆହରଣ କରି ନିଜର ଅଭିଳାଷ ପୂରଣ କରିବାକୁ ଚାହାଁନ୍ତି | ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଜଣେ ୫୬ ବର୍ଷୀୟ ଧନୀ ହୋଟେଲ ମାଲିକ ଗାଲିପ ଓତୁର୍କଙ୍କୁ ବିବାହ କରିଛନ୍ତି | ଶିଶୁମାନଙ୍କ ପ୍ରତି ଏହି ଦମ୍ପତିଙ୍କର ରହିଥିବା ପ୍ରଗାଢ଼ ଆକର୍ଷଣ କ୍ରିଷ୍ଟିନାଙ୍କୁ ଏପରି ଲକ୍ଷ୍ୟ ହାସଲ ପାଇଁ ପ୍ରୋତ୍ସାହିତ କରିଛି | ସେମାନଙ୍କ ଔରସର ପ୍ରଥମ ସନ୍ତାନକୁ କ୍ରିଷ୍ଟିନା ୨୦୨୦ ମାର୍ଚ୍ଚରେ ନିଜେ ଜନ୍ମ ଦେଇଥିଲେ ଏବଂ ଏହି ଅବସରରେ ସେ ଅନ୍ୟ ଜରାୟୁ ମାଧ୍ୟ୍ୟମରେ ୧୦ଟି ସନ୍ତାନର ମାଆ ହୋଇ ସାରିଲେଣି | ଏପରି ପ୍ରତି ସରୋଗେଟ୍ ବା ଭଡ଼ା-ଜରାୟୁ -ସନ୍ତାନ ପାଇଁ ସେମାନଙ୍କୁ ୮ ହଜାର ୟୁରୋ ବା ୭ ଲକ୍ଷ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା କ୍ରିଷ୍ଟିନା କହିଛନ୍ତି |

Leave a Comment