ତପସ୍ୱିନୀଙ୍କ ଆଉ ରହିଲା ଦୁଇ ଦିନ…

ନିଜ ସ୍ୱାମୀ ସୁମିତ୍ କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ତପସ୍ୟା ଓ ସାଧନା ସମସ୍ତକୁ ପ୍ରଭାବିତ କରିଛି | ଖାଲି ସାଧାରଣ ଲୋକ ନୁହଁନ୍ତି | ସୁର ଭାଇ ବି ପ୍ରଭାବିତ ହୋଇଛନ୍ତି ଏବଂ ଜଜଙ୍କ ନ୍ୟାୟକୁ ଅତି ଚମତ୍କାର କହିଛନ୍ତି ସୁର ଭାଇ ତାହା ସହିତ ମଧ୍ୟ କହିଛନ୍ତି ଉଭୟ ମିଶି ସାରିଲେଣି |

କିନ୍ତୁ ତଥାପି ମନକୁ ଭୟ ଆସୁଛି, କଣ ତପସ୍ୱିନୀକୁ ବୋହୂ ର ମର୍ଯ୍ୟାଦା ଦେବେ ସୁମିତ୍ କ ବାପା ମା, ନା କିଛି ରହିବ ଭିନ୍ନ ମତ | ଆଉ ମାତ୍ର ଦୁଇ ଦିନ ରହିଲା | ଦୁଇ ଦିନ ପରେ କୋଟରେ ହାଜର ହେବେ |

ଘର କଳି ତ ସମସ୍ତଙ୍କ ପାଖରେ ଅଛି କିନ୍ତୁ ପ୍ରକୃତରେ ଏ କଳି ସମ୍ପର୍କର କାଳ ନ ହେଉ | ତପସ୍ୱିନୀ ଓ ସୁମିତ୍ କ ଭିତରେ ଏହି ସମୟ କେମିତି କଟୁ ଥିବ କହିବା ଅସମ୍ଭବ କିନ୍ତୁ ଅନୁମାନ କରି କୁହାଯାଇ ପାରେ ଯେ ପ୍ରଥମେ ପରସ୍ପର ଭିତରେ ଥିବା | ସେ ରାଗ କ୍ରୁଧ ଏ ସବୁକୁ ବାହାର କରି ସେତେବେଳେ ନିଶ୍ଚିତ ଭାବରେ ପ୍ରେମର ମୁହୂର୍ତ ବି ସାମ୍ନାକୁ ଆସିବ | କଥାରେ ଅଛି ଯେଉଁଠି ସ୍ୱାମୀ ସ୍ତ୍ରୀ ଙ୍କ କଳି ନାହିଁ ସେଠି ପ୍ରେମ ନାହିଁ | ସ୍ୱାମୀ ସ୍ତ୍ରୀ ଙ୍କ କଳି ଦୁନିଆ ଦେଖି ସାରିଛି, ସ୍ତ୍ରୀ ର ଭଲ ପାଇବା ବି ଦୁନିଆ ଦେଖି ସାରିଛି | ତେବେ ଦେଖିବାକୁ ଅଛି ୨ ଦିନ ପରେ ତପସ୍ୱିନୀ ଙ୍କ ସମ୍ପର୍କ ସ୍ୱାମୀ ଏବଂ ସୁମିତ୍ ଙ୍କ ପରିବାର ସହିତ କେମିତି ରହବ |

 

Leave a Comment