ଆଜି ୧ ଡିସେମ୍ବର ୨୦୨୧(ବୁଧବାର) ରାଶିଫଳ

ଆଜି ୧ ଡିସେମ୍ବର ୨୦୨୧, ବୁଧବାର ମାର୍ଗଶୀର ମାସ କୃଷ୍ଣ ପକ୍ଷ ବିଛା ୧୬ ଦିନ |

ଆଜିର ସୂର୍ଯ୍ୟଉଦୟ ଏବଂ ଅସ୍ତ ଘ ୦୬/୦୭ ଘ ୦୫/୦୧ ଏବଂ ଆଜିର ଶୁଭବେଳା ଦିବା ୦୬/୫୬ ଦିବା ୦୮/୧୫ 

ଏହି ସମୟରେ ଆପଣମାନେ କିଛି ବି ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ | ବୁଧବାର ର ଆଜି ହେଉଛି ଘାତବାର “କର୍କଟ ” ଏବଂ ଘାତଚନ୍ଦ୍ର “ବୃଷ” | ଆଜି ବାଇଗଣ ଏବଂ ପୋଇ ଭକ୍ଷଣ ନିଷେଦ |

ମେଷ :- କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ | ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ | ଭାବିଚିନ୍ତି ଖର୍ଚ୍ଚ କରନ୍ତୁ | ସକାରାତ୍ମକତାରେ ଭରି ରହିବେ | ଧାର୍ମିକ ଯାତ୍ରାରେ ଯାଇପାରନ୍ତି | ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାରୁ ମନ ଖୁସି ହେବ | ବ୍ୟବସାୟ ପାଇଁ ନୂଆ ସୁଯୋଗ ପାଇବେ | ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ | ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ | ପରିବାରରେ ନୂଆ ଖୁସି ଆସିବ | ସ୍ୱାସ୍ଥ୍ୟ ଭଲ ରହିବ |

ପ୍ରତିକାର :- ଅସାୟ ଲୋକମାନଙ୍କୁ ନିରାଶ କରନ୍ତୁ ନାହିଁ |

ବୃଷ :- କାମରେ ବ୍ୟସ୍ତ ରହିବା ହେତୁ ପିଲାଙ୍କୁ କମ୍ ସମୟ ହେଇପାରିବେ | ରାଜନୀତିରେ ମହତ୍ତ୍ଵକାଂକ୍ଷା ପୂରା ହେବ | ବେପାରରେ ଲାଭ ହେବ | ମନରେ ଦ୍ୱନ୍ଦ୍ବ ରହିବ, କିନ୍ତୁ ବ୍ୟବହାର ମଧୁର ରହିବ | ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ ଭାଗ୍ୟରେ ଉନ୍ନତି ହେବ | ନୂଆ କାମରେ ଧୀରେ ଧୀରେ ଗତି ଆସିବ | ବାହନର ଯନ୍ତ୍ରାଂଶ ମରାମତିରେ ଖର୍ଚ୍ଚ ଅଧିକ ହୋଇପାରେ | ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ | ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ | ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ | ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ ଆନନ୍ଦ ପାଇବେ |

ପ୍ରତିକାର :- ମସ୍ତକରେ ଚନ୍ଦନରେ କପୁର ମିଶାଇ ଟୀକା ବିନ୍ଧନ୍ତୁ | 

ମିଥୁନ :- କାମରେ ଲାଗି ରହିଥିବା ଅବରୋଧ ଦୂର ହେବ | ବନ୍ଧୁ ସହଯୋଗର ହାତ ବଢ଼ାଇବେ | ପାରିବାରିକ ଜୀବନ ସୁଖଦ ହେବ | ଛାତ୍ରଙ୍କର ଲେଖାପଢାରେ ମନ ଲାଗିବ | ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ | ଚାକିରୀ ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରୀ ମିଳିବ | ଜୀବନସାଥୀଙ୍କ ଠାରୁ ଢ଼େର୍ସାରା ପ୍ରେମ ପାଇବେ | ରାତିରେ ନିଦ ଭଲ ହେବ | ଜୀବନରେ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି, ସେହି ଚିନ୍ତାରେ ଅଧିକ ସମୟ କଟିବ | ଚାକିରୀ ଓ ବ୍ୟବସାୟରେ ଅଧିକ ପରିଶ୍ରମ କରିବେ | ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ |

ପ୍ରତିକାର :- କୁଆ ଏବଂ ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ |

କର୍କଟ :- ଦିନଟି ମହତ୍ତ୍ୱପୂର୍ଣ୍ଣ ରହିବ | ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ | ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ | ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ | ପୂର୍ବରୁ କରିଥିବା ପରିଶ୍ରମର ଆପଣଙ୍କୁ ମିଳିବ | ଜରୁରୀ କାମରେ ଯାତ୍ରା କରିପାରନ୍ତି | ଶତ୍ରୁଙ୍କ ଉପରେ ବିଜୟ ପାଇବେ | ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ | ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ | ଲାଗିରହିଥିବା ବିବାଦର ସମାଧାନ ହେବ | ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ | ଚାକିରୀ ଅନ୍ବେଷଣରେ ଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ |

ପ୍ରତିକାର :- ମା ଲଷ୍ମୀଙ୍କର ଦର୍ଶନ କରନ୍ତୁ |

ସିଂହ :- ଉପରିସ୍ଥ କର୍ମଚାରୀ ଆପଣଙ୍କର ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି | ବାହାରକୁ ଯିବା ବେଳେ ସତର୍କ ରହନ୍ତୁ | ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ | ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ | ପଇସା ମାମଲାରେ ଚିନ୍ତା ସମାପ୍ତ ହେବ | ଅଫିସରେ କୌଣସି ଖୁସି ଖବର ମିଳିବ | କ୍ରିକେଟ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ | ଆପଣ ବହୁତ କିଛି ଚିନ୍ତା କରିବେ, ଯାହା ଭବିଷ୍ୟତରେ ଲାଭ ମିଳିବ | କଥା କମ୍ କହିଲେ ଲୋକଙ୍କ ନଜରରେ ଆସିବେ | ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ | ଦାଂପତ୍ୟ ସମ୍ବନ୍ଧ ବଢ଼ିଆ କରିବାକୁ ଚେଷ୍ଟା କରିବେ |

ପ୍ରତିକାର :- ବେଲ କାଠରେ ଚନ୍ଦନ ଘୂରି ମସ୍ତକରେ ଲଗାନ୍ତୁ |

କନ୍ୟା :- ଶୁଭ ସମାଚାର ମିଳିବ ଯୋଗୁଁ ଘରେ ଖୁସିର ପରିବେଶ ରହିବ | ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ପରିବାରର ମତ ନିଅନ୍ତୁ | ପ୍ରେମ ଜୀବନ ମଧୁର ରହିବ | ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି | ପରିଶ୍ରମ କରନ୍ତୁ ମିଠା ଫଳ ପାଇବେ | ବ୍ୟବସାୟର ପ୍ରଗତି ଲାଗି ରାସ୍ତା ଉନ୍ନତି ହେବ | ରାଜନୀତିରେ ଲାଭ ମିଳିବ | ନୂଆ ଘର ତିଆରି ପାଇଁ ଯୋଜନା କରିବେ | ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ | ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭପ୍ରାପ୍ତ ହେବ | ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ |

ପ୍ରତିକାର :- ଘରୁ ବାହାରକୁ ଗଲେ ମସ୍ତକରେ ନାଲି ରଙ୍ଗର  ଚନ୍ଦନ ଲଗାନ୍ତୁ  |

ତୁଳା :- ଦୀର୍ଘ ଦିନ ଧରି ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁର ସାହାଯ୍ୟ ପାଇବେ | ସମାଜରେ ମାନ ପ୍ରତିଷ୍ଠା ବଢ଼ିବ | ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ | ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ | ମନର ଆଶା ପୂରା ହେବାର ସୁଯୋଗ ପାଇବେ | ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ଓ ସହଯୋଗ ପାଇବେ | ବୌବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ | ଜରୁରୀ କାମ ବ୍ୟବସ୍ଥିତ କରିବାରେ ଦ୍ବିଗୁଣା ପରିଶ୍ରମ କରିବେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଯାଇପାରନ୍ତି | ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ | ବାହନ ସାବଧାନତାର ସହ ଚଳାନ୍ତୁ |

ପ୍ରତିକାର :- ଧଳା ରଙ୍ଗର ରୁମାଲ ପାଖରେ ରଖନ୍ତୁ |

ବିଛା :- ବେପାରରେ ବାକି ପଡ଼ିଥିବା ପଇସା ପାଇବେ | କାର୍ଯ୍ୟକ୍ଷେତ୍ରରେ ମାନ ମର୍ଯ୍ୟାଦା ବଢ଼ିବ | ଜୀବନସାଥୀ ଉପରେ ଭରସା ରଖନ୍ତୁ ସମ୍ବନ୍ଧ ମଜଭୁତ ହେବ | ଚାକିରୀ ଓ ବ୍ୟବସାୟରେ ଲାଭ ପାଇବେ | କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ | ଆଜି ପରିବାରିକ ଅଶାନ୍ତି ସମାପ୍ତ ହେବ | ଆପଣଙ୍କୁ ବଢ଼ିଆ ଚାକିରୀର ପ୍ରସ୍ତାବ ମିଳିପାରେ | କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ | ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ଯାଇପାରନ୍ତି | ରାଜନୀତିରେ ମନୋକାମନା ପୂରା ହେବ |

ପ୍ରତିକାର :- ନାଲି ବା ସିନ୍ଧୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ |

ଧନୁ :- ନୂଆ କାମ ଆରମ୍ଭ କରନ୍ତୁ, ଯଥେଷ୍ଟ ଲାଭ ମିଳିବ | ପାଖଲୋକ ଆପଣଙ୍କୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରନ୍ତି | ଜୀବନସାଥି ସହିତ ଭଲ ସମୟ ଅତିବାହିତ କରିବେ | ଆଜି ଦିନଟି ସକାରାତ୍ମକତାରେ ଭରା ରହିବ | ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ | ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ | ଜୀବନସାଥିଙ୍କ ଠାରୁ ଉପହାର ପାଇବେ | ଆଜି ଆପଣଙ୍କର ସମୟ ରାଜନୀତିକ ଓ ସାମାଜିକ କାର୍ଯ୍ୟରେ କଟିବ | କାହାରିକୁ ବନ୍ଧୁଭାବରେ ଗ୍ରହଣ କରିବେ | ଜମି କିମ୍ବା ଘର କିଣିବା ପାଇଁ ଯୋଜନା କରିପାରନ୍ତି | ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ |

ପ୍ରତିକାର :- ମା ଲଷ୍ମୀଙ୍କର ଦର୍ଶନ କରନ୍ତୁ ଏବଂ ପଦ୍ମ ଫୁଲ  ଅର୍ପଣ କରନ୍ତୁ |

ମକର :- ନିଜ କାମରେ ଧ୍ୟାନ ଦିଅନ୍ତୁ | ଅଧିକ ଭାବୁକ ହେଲେ ଅଶାନ୍ତି ବଢ଼ିବ | ଅଫିସରେ ଆପଣକୁ କୌଣସି ନୂଆ କାମ ମିଳିପାରେ | ଜୀବନରେ ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ | ପ୍ରିୟ ବନ୍ଧୁଙ୍କ ସହଯୋଗ ପାଇବେ | ବୈଦଶିକ ବେପାରରେ ଲାଭ ପାଇବେ | ଚାକିରୀରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ | ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ | କୌଣସି ବଡ଼ କାମରୁ ବଡ଼ ଫାଇଦା ହେବ | ଜୀବନସାଥି ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ହେଇ ପାରନ୍ତି | ପରୀକ୍ଷା ସମ୍ବନ୍ଧରେ ଆପଣଙ୍କୁ ଶୁଭ ଖବର ମିଳିବ |

ପ୍ରତିକାର :- ଛୁଟ ପିଲାକୁ ମିଠା ବାଣ୍ଟନ୍ତୁ |

କୁମ୍ଭ :- ଅନଲାଇନରେ ଟଙ୍କା ରୋଜଗାରର ମଉକା ମିଳିବ | ବେକାରଙ୍କ ଲାଗି ଚାକିରୀର ସୁଯୋଗ ଆସିବ | ନୂଆ ଜମି କିଣିବା ଲାଗି ଦିନଟି ଶୁଭ | ପ୍ରେମ ସମ୍ବନ୍ଧ ନିବିଡ଼ ହେବ | ଆଜି ଆପଣ ପ୍ରେମ ଓ ସୁରକ୍ଷା ଅନୁଭବ କରିବେ | ଲକ୍ଷ ପ୍ରାପ୍ତ କରିବା ଲାଗି ଅଗ୍ରସର ହେବେ | ବେପାରରେ ଅଚାନକ ଧନ ଲାଭ ହେବ | ପ୍ରେମିକାକୁ ମନର କଥା କହିବେ ରାଜନୀତିରେ ଲାଭ ପାଇବେ | ଆପଣଙ୍କର ନୂଆ ଊର୍ଜାକୁ ପ୍ରୟୋଗରେ ଲଗାନ୍ତୁ | ବ୍ୟବସାୟ ଓ ଚାକିରୀର ଅଧୁରା ସ୍ବପ୍ନ ପୂରା ହେବା | ଭାଇ ଭଉଣୀଙ୍କ ଉତ୍ତମ ବୁଝାମଣା ରହିବ | କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ |

ପ୍ରତିକାର :- ପିତାମାତାଙ୍କୁ ପ୍ରଣାମ କରନ୍ତୁ |

ମୀନ :- ବ୍ୟବସାୟରେ ସାହସର ସହିତ କାମ କରିବେ | ଧନ ମାମଲାରେ ସ୍ଥିତି ଠିକ୍ ରହିବ | ସନ୍ତାନ ଠାରୁ ଭଲ ଖବର ପାଇବେ | ବ୍ୟବସାୟରେ ନୂଆ ଉପକ୍ରମ ହେବ | ରାଜନୀତିରେ ଆଧିପତ୍ୟ ବଢ଼ିବ | ଅଫିସରେ ଆପଣଙ୍କର କୌଣସି କାମର ପ୍ରଶଂସା ହେବ | ଦାଂପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ | ପରିବାରର ସ୍ନେହ ଓ ଜୀବନସାଥିଙ୍କ ଖୁସି ପାଇବେ | ଘରକୁ ସଜାଇ ନୂତନତ୍ବ ଆଣିବେ | ସେୟାର ବଜାରରେ ଲାଭ ମିଳିପାରେ | ରାଜନୀତିରେ ସୁଖ୍ୟାତି ବଢ଼ିବ | ପ୍ରେମ ସାଗରରେ ବୁଡ଼ ପକାଇବେ |

ପ୍ରତିକାର :- କୌଣସି ନଦୀରେ ଅଟାର ଛୁଟ ଛୁଟ ଗୁଳା କରି  ପକେଇ ଦିଅନ୍ତୁ |

 

 

 

 

 

 

 

odia bayagita

odia sadhubani

odia anuchinta

odia tips

odia vastu tips

vastu bichara

odia nitibani

odia chanakya niti

odia astrology tips

Odia Spiritual 2021

 

 

 

Leave a Comment